ଦାନ୍ତରେ ହେଉଥିବା ପୋକରୁ ପାଆନ୍ତୁ ମୁକ୍ତି! କେବଳ ୧ମିନିଟରେ ତିଆରି କରନ୍ତୁ ଏହି ଔଷଧ- କେବଳ ୫ ଦିନ ଲାଗାଇ ଦେଖନ୍ତୁ

ଆମ ମୁହଁର ସବୁଠୁ ସୁନ୍ଦର ବା ଆକର୍ଷଣୀୟ ଜିନିଷ ହେଲା ତାର ହସ । ଯେବେ ଜଣେ ହସିଥାଏ ତା ମୁହଁର ସୌନ୍ଦର୍ଜ୍ୟ ଆହୁରି ୪ଗୁଣ ବଢିଯାଏ। କିନ୍ତୁ ଆମେ ହସିବାବେଳେ ଆପଣ ଲକ୍ଷ କରିଥିବେ ଆମର ଦାନ୍ତ ଦେଖାଯାଏ, କିନ୍ତୁ ଯାଦି ସେହି ଦାନ୍ତ ଗୁଡିକ ଅସୁନ୍ଦର ହୋଇଥାଏ ତେବେ ଯେତେ ସୁନ୍ଦର ଚେହେରା ହୋଇଥିଲେ ବି ଆମ ସୁନ୍ଦରତାରେ ଯେମିତି କଳଙ୍କ ଲାଗିଲା ଭଳି ଲାଗେ। ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଦାନ୍ତ ବହୁତ ଅସୁନ୍ଦର , ଯେମିତିକି କାହାର ଦାନ୍ତ ହଳଦୀ ଦେଖାଯାଏ, କାହାର ବହଡା ହୋଇଥାଏ ତ କାହାର ପୋକ ଖିଆ ଦାନ୍ତ ଥାଏ।

ଆଜିର ସମୟରେ ବି ମଣିଷ ନିଜ ଜୀବନରେ ଏତେ ବ୍ୟସ୍ତ ରହୁଛି କି ନିଜ ଶରୀର ପ୍ରତି କୌଣସି ଯତ୍ନ ନେବାକୁ ତାକୁ ସମୟ ମିଳୁ ନାହିଁ । ଯଦି ସଠିକ୍ ସମୟରେ ଦାନ୍ତର ଯତ୍ନ ନ ନିଆହୁଏ ତେବେ ମାଢିରେ ଘା ହେବା ଓ କିମ୍ବା ପୋକ ଖାଇବା ଆଦି ସମସ୍ୟା ଦେଖା ଦେଇଥାଏ । ତେବେପରେ ଆପଣ ତେବେ ଧିରେ ଧିରେ ସେହି ପୋକଖିଆ ଦାନ୍ତକୁ ଓପାଡିବାକୁ ଲାଗନ୍ତି । ଆଜି ଆମେ ଆପଣଙ୍କୁ ଏକ ସହଜ ଓ ସରଳ ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜର ପୋକା ଦାନ୍ତକୁ ଠିକ କରିପାରିବେ।

ଆପଣଙ୍କ ସୂଚନା ପାଇଁ କହିଦେବୁ କି ଦାନ୍ତରେ ଥିବା ପୋକକୁ ସମୁଳ ବିନାଶ କରିବା ପାଇଁ ଆପଣଙ୍କୁ ଗୋଟେ ଗିନାରେ କିଛି ପରିମାଣର ସୋରିଷ ତେଲ ଓ ଗୋଟେ ଚାମଚ ଲୁଣ ନେଇ ତାକୁ ଭଲ ଭାବେ ମିଶ୍ରଣ କରିନେବେ । ଏହାପରେ ସେହି ତେଲ ଓ ଲୁଣକୁ ବ୍ରଶ ମାଧ୍ୟମରେ ସେହି ପୋକ ଖାଇଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ଲଗାଇ ସାରିବାର ୫ ମିନିଟ୍ ପରେ ଆପଣଙ୍କ ଦାନ୍ତକୁ ସଫା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ଏହିପରି ଉପାୟ ଅବଲମ୍ବନ କରନ୍ତୁ । ଦେଖିବେ ଦାନ୍ତରୁ ସବୁ ପୋକ ମରିଯିବେ ଓ ଆପଣଙ୍କ ଦାନ୍ତ ସଫା ଓ ସୁସ୍ଥ୍ୟ ରହିବ ।

Leave a Reply

Your email address will not be published. Required fields are marked *