ଏଣିକି ପୁରୁଷ କର୍ମଚାରୀ ନେଇପାରିବେ ଲଗାତାର ୨ ବର୍ଷ ଛୁଟି, ସରକାରଙ୍କ ବଡ ନିଷ୍ପତି – ପଢନ୍ତୁ ପୁରା ଖବର

ସରକାର ଆଜିକାଲି ବହୁତ ବଡ ବଡ ନିଷ୍ପତ୍ତି ସବୁ ନେବାରେ ଲାଗିଛନ୍ତି, ଯାହା ଦ୍ଵାରା ଆମେ ସାଧାରଣ ଲୋକ ଉପକୃତ ହୋଇପାରିବା। ତେବେ ଆଗରୁ ଆପଣ ଜାଣିଥିବେ ସରକାର ମହିଳା କର୍ମଚାରୀଙ୍କୁ  ଗର୍ଭବତୀ ହେବା ସମୟରେ କିମ୍ବା ବିବାହ କରିବା ସମୟରେ ଲମ୍ବା ଛୁଟି ଦେଇଥାଏ । ହେଲେ ଆଜି ଆମେ ଏହି ସୁବିଧା ପୁରୁଷ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ କିପରି ଲାଗୁ ହେଇଛି ସେହି ବିଷୟରେ କହିବୁ।

ଏବେ ଯେକୌଣସି କେନ୍ଦ୍ର ଅଧୀନରେ ଚାକିରୀ କରିଥିବା ପୁରୁଷ କର୍ମଚାରୀ ଲଗାତାର ୨ ବର୍ଷ ପର୍ଯ୍ୟନ୍ତ ଛୁଟି ନେଇପାରିବେ ଆଉ ଏଥିପାଇଁ କର୍ମଚାରୀଙ୍କର ଦରମାରେ କୌଣସି ପ୍ରକାରର ପରିବର୍ତ୍ତନ ହେବ ନାହିଁ କିମ୍ବା ଦରମା ମଧ୍ୟ କଟିବ ନାହିଁ।  ସରକାରଙ୍କର ନିୟମ ଅନୁସାରେ ଜଣେ କର୍ମଚାରୀ ନିଜ ଚାକିରୀ ଜୀବନ ଭିତରେ ମୋଟ ୭୫୦ ଦିନ ଛୁଟି ନେଇପାରିବେ ତାହା ଲଗାତାର ହେଉ ଅବା କିଛି ବ୍ୟବଧାନ ରହି। ଏଥିରୁ ରବିବାର ଏବଂ ଅନ୍ୟ ଛୁଟି ଦିନକୁ ମଧ୍ୟ ବାଦ ଦିଆଯାଇଛି। ଛୁଟିର ପ୍ରଥମ ଏକ ବର୍ଷ ସମ୍ପୂର୍ଣ୍ଣ ଦରମା ମିଳିବ ଏବଂ ଦ୍ଵିତୀୟ ବର୍ଷ ଦରମାର ୮୦ ପ୍ରତିଶତ ମିଳିବ। କିନ୍ତୁ ଏଥିପାଇଁ ସରକାର କର୍ମଚାରୀଙ୍କ ପାଇଁ କିଛି ସର୍ତ୍ତ ଲାଗୁ କରିଛନ୍ତି।

Caucasian couple feeding baby bottle

ସର୍ତ୍ତ ଅନୁସାରେ ଯଦି ପୁରୁଷଙ୍କର ପତ୍ନୀଙ୍କ ମୃତ୍ୟୁ ହୋଇଯାଏ, ଛାଡ଼ପତ୍ର ଅବା ପରିବାରର ଅନ୍ୟ କୌଣସି ଅସୁବିଧା ହେଲେ ଏହି ସୁବିଧା କର୍ମଚାରୀ ନେଇପାରିବେ। ଏଥିପାଇ କର୍ମଚାରୀଙ୍କୁ ଏଥିମଧ୍ୟରୁ କୌଣସି ଗୋଟିଏ କାରଣ ଦେଖାଇ ଛୁଟି ନେବାକୁ ହେବ। ତେବେ ଏହା ପୁରୁଷ କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ଗୋଟିଏ ପ୍ରଶଂସାଯୋଗ୍ୟ ପଦକ୍ଷେପ ଅଟେ।

Leave a Reply

Your email address will not be published. Required fields are marked *