କଣ୍ ସତରେ ଆସିବେ ଏଲିୟନ ? ଆଜି ବି ରହସ୍ୟ ଘେରରେ ସେଦିନର ସେହି ଘଟଣା

 

ପ୍ରାୟ  ଗତ ୧୦ ବର୍ଷ ରୁ ଅଧିକ ଦିନ ହେବ ଏହି ସ୍ଥାନରେ ରହସ୍ୟ ଘେରରେ ରହିଛି ।ଏଠାରେ ଏମିତି କୁହାଯାଏ ଯେଉଁ ଲୋକ ଏହିଁ ସିଟ୍ର ସବୁ ନିର୍ମାଣ କରିଥିଲେ ସେ ଦାବି କରିଛନ୍ତି କି ଅନ୍ୟ ଗ୍ରହର ବହୁତ ପ୍ରାଣୀ ଆମ ପୃଥିବୀକୁ ଆସିବେ ଏବଂ ଏଠାରେ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବେ, ସେଇଠି ଏହି ସ୍ଥାନକୁ ବଣେଇଛନ୍ତି ବୋଲି ସେ ଯୁକ୍ତି କରିଛନ୍ତି । ଏଲିୟନ ମାନେ ଯେଉଁ ଉଡନ୍ତା ଯାନରେ ଆସିବେ ତାହାର ଲ୍ୟାଣ୍ଡିଂ ପାଇଁ ସେ ଏହି ଭଳି ଚିତ୍ରମାନ ଜିନିଷର ତିଆରି କରିଛନ୍ତି ।ସେ ଯାହା ହେଉନା କାହିଁକି ଅସଲ କଥା ହେଲା ଏହି ବ୍ୟକ୍ତି କିଏ, କେଉଁଠୁ ଆସିଥିଲେ ଆଉ କୁଆଡେ ଗଲେ କାହାକୁ ଟେର ମିଳିଲାନି । ଖାଲି ସେତିକି ନୁହେଁ, ଏହାକୁ ତିଆରି କରିସାରିବା ପରେ ସେ ଏବେ ଅନ୍ୟ ଜାଗାକୁ ଯାଈ ଏମିତି ନିର୍ମାଣ ମନ କରିବା ପାଇଁ ସେଠାର ସ୍ଥାନୀୟ ଲୋକଙ୍କୁ ଜଣାଇଛି ।

ଆମ ପୃଥିବୀର ଆମେରିକା ରେ ଯାଉଥିବା ଦେଶ ଆର୍ଜେଣ୍ଟିନାର ପ୍ରାନ୍ତରେ ଥିବା ଏକ ମରୁଭୂମିରେ ଏହି ନିର୍ମାଣ  ୟୁଏଫ ଓ ଲ୍ୟାଣ୍ଡିଂ ପ୍ୟାଡ୍ର ରହିଛି । ସ୍ଥାନୀୟବାସିନ୍ଦା କହିବା ଅନୁଯାଇ, ଯେଉଁ ବ୍ୟକ୍ତି ଏହାକୁ ନିର୍ମାଣ କରି ପଳାଇ ଯାଇଛି ସେ ଏହି ଦେଶର ନାଗରିକ ନୁହେଁ । ‘ଡେଲି ମେଲ’ର ବାହାରିଥିବା ରିପୋର୍ଟ ଅନୁଯାଇ ଯେଉଁ ଲୋକ ଏହାକୁ ନିର୍ମାଣ କରିଥିଲା ତାର ନାମ ଥିଲା ବର୍ନର ଜୈସଲୀ । ସେ ସ୍ୱିଜରଲ୍ୟାଣ୍ଡରୁ ଆସିଥିବାର ଅନୁମାନ କର ଯାଉଛି ।

ବର୍ନର ଜୈସଲୀ ଯେତେବେଳେ ଏହଁ ନିର୍ମାଣ କରୁଥିଲେ ସେ ସମୟରେ କହିଥିଲେ, ଗୋଟେ ଏଲିୟନ୍ସ ତାଙ୍କୁ ଉଡନ୍ତା ଯାନ ଲ୍ୟାଣ୍ଡ କରାଇବା ପାଇଁ ଏକ ଜାଗା ପ୍ରସ୍ତୁତ କରିବାକୁ କହିଥିଲା । ୨୦୦୮ରେ ସେ ପ୍ରାତମେ ଏହାର ପ୍ରସ୍ତୁତି କରିବା କାମ ଆରମ୍ଭ କରିଥିଲା ଏବଂ ଏହାକୁ ଦୀର୍ଘ ୪ ବର୍ଷ ପରେ କାମ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଥିଲା ।

ମାଟିଆ ରଙ୍ଗର କିଛି ଖାସ୍ ପଥରରେ ଦ୍ଵାରା ପିରାମିଡ଼ ଭଳି ଆକୃତି ଥିବା ଏହି ଜିନିଷର ବ୍ୟାସ ୪୮ ମିଟର । ବର୍ନର ଜୈସଲୀ ଏହା ମଧ୍ୟ କହିଥିଲା ଯେ ପ୍ରାୟ ୧୦୦ ମିଟର ରୁ ଅଧିକ ଉଚ୍ଚତାରେ ଉଡନ୍ତା ଯାନ ଆସିଥିବାର । ତେବେ ସେଠାକାର ବାସିନ୍ଦା କେହି ମଧ୍ୟ ଏହାକୁ ଦେଖିବାକୁ ପାଇନଥିଲେ । ବର୍ନର ଜୈସଲୀ ନିଖୋଜ ହେବାପରେ ସେଠାକାର ବାସିନ୍ଦା ମଜାଳିଆ ଢଙ୍ଗରେ କୁହନ୍ତି କି ଯେଉଁ  ଏଲିୟନ୍ସ ମାନେ ଆସିଥିଲେ ସେମାନେ ତାକୁ ସାଙ୍ଗରେ ନେଇଯାଇଥିବେ । ତେବେ ସେ ଯାହା ହେଉ ନା କାହିଁକି ଏତେ ବଡ ଆକୃତି ର ଜିନିଷ ବନାଇବା ପଛରେ କ’ଣ ରହସ୍ୟ ରହିପାରେ ? ତେବେ ସତରେ କ’ଣ ଏଲିୟନ୍ସ ମାନେ ସେଠାକୁ ଆସିବେ ? ଯଦି ଆସିବେ ତେବେ ଆମ ପୃଥିବୀର କଣ ହବ ?

Leave a Reply

Your email address will not be published. Required fields are marked *