ପେଟ୍ରୋଲ୍ କୁ ନେଇ ହେଉଛି ହାହାକାର , ଯଦି ସରକାର ଚାହିଁବେ ୩୮ ଟଙ୍କା ଲିଟରରେ ପେଟ୍ରୋଲ ଦେଇପାରିବେ ଜଣାନ୍ତୁ କେମିତି ?

ଆପଣମାନେ ଜାଣିଥିବେ ଏବେ ଆମ ଦେଶରେ ନରେନ୍ଦ୍ର ମୋଦୀଙ୍କ ବିଜେପି ସରକାରର ପେଟ୍ରୋଲ୍ ଓ ଡିଜେଲ୍ ଦର ବଢିବା କୁ ନେଇ ପ୍ରାୟେ ସବୁଆଡେ କଥା ଚାଲିଛି , ଏହି ବିଷୟରେ ବର୍ତମାନର ଥିବା ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ଅନୁଯାୟୀ ଯଦି ଜିଏସ୍ ଟି କୁ ପ୍ରେଟ୍ରୋଲିୟମ୍ ପଦାର୍ଥ ଗୁଡିକରେ ଅନ୍ତର୍ଭୁକ୍ତ କର ଯିବା ତାହେଲେ ଆମେ ଏହାକୁ ନିୟନ୍ତ୍ରଣ କରି ପାରିବା , କିନ୍ତୁ ଏହାକୁ କେନ୍ଦ୍ର ଚାହିଁଲେ ଖାଲି ହବନି ସବୁ ରାଜ୍ୟ ସରକାରଙ୍କ ସହମତି ନିହାତି ହେବ ଦରକାର , ଆପଣଙ୍କୁ ଜଣାଇ ଦେଉଛୁଁକି ଏବେଯାଏଁ ପେଟ୍ରୋଲ୍ ଆଉ ଡିଜେଲ ଜିଏସ୍ ଭିତରେ ଆସୁ ନାହାନ୍ତି ,

କେମିତି ପେଟ୍ରୋଲ୍ ଓ ଡିଜେଲ୍ ର ଦାମ୍ କମ୍ ହୋଇପାରିବ ଆସନ୍ତୁ ଜାଣିବା ?

ଯଦି ସରକାର ପେଟ୍ରୋଲ୍ ଓ ଡିଜେଲ୍ କୁ ଜିଏସ୍ ଟି ଲଗାଇଲେ ତାହେଲେ ଅଧିକା ୨୮ ପ୍ରତିଶତ ଟାକ୍ସ ଲାଗିବ , କାରଣ ଏହିକିଯେ କି ଜିଏସ୍ ଟି ରେ ସବୁ ଉତ୍ପାଦରେ ୫, ୧୨, ୧୮, ୨୮ ପ୍ରତିଶତ ଦରରେ ଟ୍ୟାକ୍ସ ସବୁ ନିଆ ଯାଉଛି  , ଯଦି ସରକାର ପେଟ୍ରୋଲ୍ ଉପରେ ୧୨ % ଜିଏସ୍ ଟି ଲାଗନ୍ତି ତାହେଲେ ପେଟ୍ରୋଲ୍ର ର ମୂଲ୍ୟ ୩୮ ଟଙ୍କା ପାଖ ପାଖି ସାଧାରଣ ଲୋକଙ୍କୁ ମିଳିବ । ଯେମିତି ଯଦି ସରକାର ୧୮ % ଲଗାଇଲେ ତାହେଲେ ମୂଲ୍ୟ  ୪୦,୦୫ ଟଙ୍କା ଆସିବ । ଯଦି ଅସର୍ବଧିକ ୨୮ % ଜିସଟି ଲଗାଇଲେ ତାହେଲେ ୪୩,୪୪ ଟଙ୍କା ମୂଲ୍ୟ ପ୍ରତି ଏକ ଲିଟର ପାଇଁ ହେବ ।

ଏଠାରେ ଆପଣାକୁ ଜଣାଇ ଦେଉଛୁଁକି ପେଟ୍ରୋଲ୍ ଓ ଡିଜେଲ୍ ଜିଏସ୍ ଟି ଅନ୍ତର୍ଭୁକ୍ତ  କରିବା ପାଇଁ ପ୍ରଥମରୁ ହିଁ କେନ୍ଦ୍ର ସରକାର ଚାହୁଁଥିଲେ , କିନ୍ତୁ ଏଥିରୁ ଅଧିକା ରାଜସ୍ୱ ଟିକସ ମିଳିବା କାରଣରୁ ବହୁତ ସାରା ରାଜ୍ୟ ଏଥିରେ ସହମତ ହେଲେନି । ସତକଥା ଦେଖିବାକୁ ଗଲେ ଯେତିକି ଟଙ୍କା ଆମେ ପେଟ୍ରୋଲ୍ ଡିଜେଲ୍ ଦେଉଛେ ସେଥିରୁ ପ୍ରାୟ ୫୫,୫ % ପେଟ୍ରୋଲ୍ ଏବଂ ୪୭,୩ % ଡିଜେଲ୍ ପାଇଁ ଟ୍ୟାକ୍ସ ଦେଉ ଯଉଁଟାକି ବହୁତ ଅଧିକ ପରିମାଣ ଅଟେ ।

Leave a Reply

Your email address will not be published. Required fields are marked *