ଓଡ଼ିଆ ଧାବିକା ଦୂତି ଚାନ୍ଦ ଭାରତକୁ ଡବଲ ରୌପ୍ୟ ଦେଇଛନ୍ତି – Asian Games 2018 re

200 ମିଟରରେ 23.2ରେ ଅତିକ୍ରମ କରି ପୁଣି ରୋପ୍ୟ ପଦକ ଭେଟି ଦେଲେ ।। ଦେଶକୁ ଦୁଇଟି ରୋପ୍ୟ ପଦକ ଭେଟି ଦେଲେ ଓଡ଼ିଆ ସୁନା ଝିଅ ଦୁତି । ପ୍ରଥମ ଭାରତୀୟ ମହିଳା ଆଥଲେଟ ଯିଏ ଯିଏ ଏସୀୟ କ୍ରୀଡ଼ାରେ ଲଗାତର ୨ଟି ପଦକ ସହ ଦୌଡ଼ରାଣୀ ପିଟି ଉଷାଙ୍କ ପରେ ନିଜ ନାମ ଲିପିବଦ୍ଧ କରିଛନ୍ତି।। ୧୦ ସ୍ଵର୍ଣ ୨୦ରୋପ୍ୟ ୨୩ବ୍ରୋଞ୍ଜ ସହ ଭାରତ ହାତରେ 52 ପଦକ 👌👌👌👌

ଆମ ଓଡିଆ ଝିଅ ଦୂତୀ ଚାନ୍ଦ ଏସିଆନ୍ ଗେମରେ ଫୁଣି ଆଣିଲେ ରୋପ୍ୟ ପଦକ. ଏହା ଆମ ସମସ୍ତ ଓଡ଼ିଆ ବାସୀଙ୍କ ସହ ଭାରତ ପାଇଁ ମଧ୍ୟ ଗର୍ବର ବିଷୟ। ଜାକ ଓ ପାଲେମବାଙ୍ଗ ଠାରେ ଚାଲିଥିବା ଏହି ୧୮ ତମ ଏସୀୟ କ୍ରୀଡ଼ାରେ ଆମ ଓଡ଼ିଆ ଝିଅ ଦୂତି ଚାନ୍ଦ ପୂର୍ବରୁ ୧୦୦ ମି. ଦୌଡ଼ ଇଭେଣ୍ଟରେ ରୌପ୍ୟ ଜିତିଥିବା ଦୂତୀ ୨୦୦ ମି. ଦୌଡ଼ରେ ମଧ୍ୟ ସମାନ ପଦକ ହାସଲ କରିିଛନ୍ତି ସମସ୍ତଙ୍କୁ ଚକିତ କରିଛନ୍ତି. ଏହି ବର୍ଷ ଚଳିତ ପ୍ରତିଯୋଗିତାରେ ତାଙ୍କର ଏହା କ୍ରମାଗତ ୨ୟ ରୌପ୍ୟ ପଦକ.ଗତ ସୋମବାର ଦୂତୀ ଚଣ୍ଡଚ ୧୦୦ ମି. ଦୌଡ଼ରେ ୧୧.୩୨ ସେକେଣ୍ଡରେ ହାସଲ କରି ରୌପ୍ୟ ପଦକ ପାଇଥିଲେ ଯୌତକି ତାଙ୍କ ପାଇଁ ଗୋଟେ ବଡ଼ ରେକଡ୍ ସାବ୍ୟସ୍ତ ହୋଇଛି.

ଏହି ମାସ ବୁଧବାର ଅନୁଷ୍ଠିତ ଦୌଡ଼ରେ ଦୂତି ଚାନ୍ଦ ମାତ୍ର ୨୩.୨୦ ସେକେଣ୍ଡରେ ଶେଷ କରି ଭାରତକୁ ଏହି ସଫଳତା ଦେଇଛନ୍ତି. ତାଙ୍କର ଗୋଟେ ଦୁଃଖ ହେଲାକି ସେ ମାତ୍ର ଦଶମିକ ୨୪ ସେକେଣ୍ଡରେ ଅନ୍ୟ ଜଣେ ପ୍ରତିଯୋଗୀଙ୍କ ଠାରୁ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି. ବାହାରିନ ର ଦ୍ରୁତତମ ଧାବିକା ଓଡିଓଙ୍ଗ ଇଡିଙ୍ଗ ରେସ୍‌କୁ ୨୨.୯୬ ସେକେଣ୍ଡରେ ଶେଷ କରି ସ୍ଵର୍ଣ୍ଣ ପଦକ ପାଇଛନ୍ତି. ସେହିଭଳି ଆମ ପଡୋଶୀ ଦେଶ ଚାଇନାର ଓ୍ବେଇ ୟଙ୍ଗଲି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି. ଏହା ଚାଇନକୁ ଏକ ଶକ୍ତ ଧକ୍କା ଯେ ଭାରତ ଠାରୁ ସେ ଚଳିତ ଖେଳରେ ତିନି ତିନି ଥର ହାରି ସାରିଲାଣି।

Leave a Reply

Your email address will not be published. Required fields are marked *