ଆଜି ସ୍ୱର୍ଣ୍ଣ ପାଇଁ ଖେଳିବେ ମହିଳା ଦଳ ଭାରତ ପାଇଁ

ଭାରତ ପୁରୁଷ ସେମି ଫାଇନାଲରେ ପରାସ୍ତ ହେବା ପରେ ସବୁବେଳ ପରିକା ଏଥରବି ଭାରତୀୟ ମାନେ ମହିଳା ହକି ଦଳ ଉପରେ ଆମ ସମସ୍ତଙ୍କ ନଜର ଟିକିରହିଛି। ଭାରତୀୟ ମହିଳା ଦଳ ଦୀର୍ଘ ୩୬ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଆମ ଭାରତୀୟ ହକି ପ୍ରେମୀ ମାନଙ୍କୁ ଏଥର ସ୍ୱର୍ଣ୍ଣ ଉପହାର ଦେବ ବୋଲି ଆମେମାନେ ଆଶା କରୁଛୁ। ଏଥର କ୍ରୀଡା ଗ୍ରାମରେ ଆମ ଭାରତୀୟ ମହିଳା ହକି ଦଳ ଶୁକ୍ରବାର ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦୀ ଜାପାନକୁ ଭେଟିବ। ଏଠାରେ ଆମେ କହି ରଖୁଛୁଜେ ଆମ ଭାରତୀୟ ମହିଳା ଦଳ ଏବେ ଯାଏ ଯେତେ ମ୍ୟାଚ ଖେଳିଛି ଅପରାଜେୟ ରହିଛି।ଏଯାଏଁ ଆସିବା ସେମାନଙ୍କ ପାଇଁ ଏତେବି ସହଜ ନଥିଲା ସେମାନେ ଫାଇନାଲ୍‌ ବାଟରେ ଇଣ୍ଡୋନେସିଆକୁ ୮-୦, କାଜାଖସ୍ତାନକୁ ୨୧-୦, ଉତ୍ତର କୋରିଆକୁ ୪-୧ ଏବଂ ଥାଇଲାଣ୍ଡକୁ ୫-୦ରେ ହରାଇଛନ୍ତି। ସେହିଭଳି ସେମିଫାଇନାଲରେ ଜାପାନ ତାଇପେକୁ ୧-୦ ଗୋଲ୍‌ରେ ହରାଇ ଦେଇ ଫାଇନାଲରେ ଭାରତ ସହ ଖେଳିବା ପାଇଁ  ଉନ୍ନୀତ ହୋଇଛି।

ସୀମା କାଂସ୍ୟରେ ସନ୍ତୁଷ୍ଟ
ଭାରତୀୟ ମହିଳା ଡିସ୍‌କସ୍‌ରେ ଆମ ତାରକା ସୀମା ପୁନିଆ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ବୋଲି ଏହା ତାଙ୍କ ପ୍ରସଶଙ୍କ ମନକୁ ବହୁତ ଆଘାତ ଦେଇଛି। ଗତଥର ଏସିଆଡ଼୍‍ ବିଜୟିନୀ ସୀମା ଏଥର କିନ୍ତୁ ସର୍ବାଧିକ ୬୨.୨୬ ମିଟର ଦୂରତାକୁ ଡିସ୍‌କସ୍‌ ଫିଙ୍ଗି ଥିଲେ। ଏହା ପାଇଁ ନିଜ ପଦକ ବଜାୟ ରଖିବାରେ ସକ୍ଷମ ହୋଇପାରିନଥିଲେ। ୩୫ ବର୍ଷୀୟ ସୀମାଙ୍କୁ ଆମ ପାରମ୍ପରିକ ଚୀନ୍‌ର ଦୁଇ ପ୍ରତିଯୋଗୀ ଫେଙ୍ଗ ବିନ୍‌ (୬୫.୨୫) ଓ ଚେନ୍‌ ୟାଙ୍ଗ (୬୫.୧୨) ପଛରେ ପକାଇ ଦେଇଥିଲେ। ୟାଙ୍ଗ ସ୍ୱର୍ଣ୍ଣ ଜିତିଥିଲା ବେଳେ ବିନ୍‌ ରୌପ୍ୟ ହାତେଇ ନେଇ ଭାରତକୁ ନିରାଶ କରିଥିଲେ। ଫଳରେ ଏହା ଚୀନ ପାଇଁ ଓ୍ଵାନ୍‌-ଟୁ ଫିନିସ୍‌ ହୋଇଥିଲା |

୬୭ ବର୍ଷ ପରେ ଶ୍ରେଷ୍ଠ ଦୌଡ଼କୁଦ ପ୍ରଦର୍ଶନ
ଏଥର ଅଷ୍ଟାଦଶ ଏସିଆଡ଼ ଖେଳର ଏହି ୬ ଦିନର ଦୌଡ଼କୁଦ ପ୍ରତିଯୋଗିତାରୁ ଭାରତକୁ ୭ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୨ କାଂସ୍ୟ ପଦକ ମିଳିପାରିଛି। ଏଥିରେ ଭାରତ ଚୀନ (୧୨, ୧୨,୯) ଓ ବାହାରିନ୍‌ (୧୨.୬.୭) ପଛକୁ ତୃତୀୟ ସ୍ଥାନ ଅଧିକାର କରିଛି। ଆପଣାକୁ ଏଠାରେ ଜଣାଇ ରଖୁଛୁଜେ ଭାରତର ଏହି ପ୍ରଦର୍ଶନ ୧୯୫୧ ମସିହା ପରଠାରୁ ଏସିଆଡ଼୍‍ରେ ସର୍ବଶ୍ରଷ୍ଠ ପ୍ରଦର୍ଶନ। ୧୯୭୮ ଏବଂ ୨୦୦୨ରେ ମଧ୍ୟ ଭାରତ ସାତଟି ଲେଖାଏଁ ସ୍ୱର୍ଣ୍ଣ ଜିତିବାରେ ସକ୍ଷମ ହୋଇଥିଲା। ତେବେ ସମୁଦାୟ ଉପରେ ସେହି ଦୁଇ ସଂସ୍କରଣରେ ୧୭ଟି ଲେଖାଏଁ ପଦକ ଜିତିପାରିଥିଲା ବେଳେ ଏଥର କିନ୍ତୁ ୧୯ ପଦକ ଜିତି ସାରିଲାଣି ଏବେଯାଏ। ଆମ ଦେଶର ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ୧୯୫୧ର ପ୍ରଥମ ସଂସ୍କରଣରେ ଆମଦେଶ ଭାରତ ୧୦ ସ୍ୱର୍ଣ୍ଣ ସହ ୩୧ ପଦକ ଜିତିପାରିଥିଲା।

Leave a Reply

Your email address will not be published. Required fields are marked *